Friday, August 7, 2020

ଚାଷୀ

ଚାଷୀ କୂଳେ ହେଲା ଜନମ ତାର
ଚାଷୀ ଅଟେ  ଗର୍ବ ଆମ  ଦେଶର

ରୋଜଗାର ତାର ନାହିଁ ସେମିତି
ଯୋଡା ବଳଦ ତା ପ୍ରିୟ ସମ୍ପତି

ସହି ଖରା ବର୍ଷା ଶୀତ କାକର
ବୁଝାଏ ଭୋକ ସେ ସବୁ ପ୍ରାଣୀର

ଝଡ ବରଷାକୁ ନ କରି ଖାତିରି
ବିଲ କୁ ଯାଏ ସେ ହଳକୁ ଧରି

ରୋଗ ବୈରାଗ୍ୟ କୁ ନ ଥାଏ ଡର
ଚାଷ କରୁଥାଏ ସେ ନିରନ୍ତର

ବୁଝେନି କେହି ଯେ ଦୁଃଖ ତାହାର
ସଭିଙ୍କୁ ଯୋଗାଏ ଯିଏ ଆହାର

ଖୁସି ତା ଫସଲ ହେଲେ ଅମଳ
ବରଷକ ପାଇଁ ସଞେ ସମ୍ବଳ

ବଂନ୍ଧୁବାନ୍ଧବ ଆଉ ସାଇପଡିଶା
ସଭିଙ୍କ ବିପଦେ ହୁଏ ଭରଷା

ହୁଏ ଯେବେ ପୂଜା ପର୍ବ ପର୍ବାଣୀ
ତା ବାଡି ପରିବା ଦିଏ ସେ ଆଣି

ନିଷ୍ପାପ ହୃଦୟ ତା ସରଳମନା
ଆଣେନି ମନରେ ସ୍ବାର୍ଥ ଭାବନା

ପରିବାର ସାଇପଡିଶା ନେଇ
ଚଳେ ସେ କାନ୍ଧ ରେ କାନ୍ଧ ମିଳାଇ

ଦେଶ ପଛେ ହେଉ ଯେତେ ଉନ୍ନତି
ଚାଷ ବିନା ଟଳେ ତା ଅର୍ଥନୀତି

ଯେ ଦେଶେ ର ଚାଷୀ ଯେତେ ଉନ୍ନତ
ସେ ଦେଶ  ର ନାମ ହୁଅଇ ଖ୍ୟାତ


1 comment:

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...